ନବମ ଦୁଇଦିନିଆ ଦୁଲାଲ ମାର୍ଣ୍ଡି ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ ଉତ୍ସବ :
ଦୁଲାଲ ମାର୍ଣ୍ଡିଙ୍କ ସ୍ମୃତିରେ ଫୁଟବଲ ମହାକୁମ୍ଭ, ଉଦ୍‌ଘାଟନ ଉତ୍ସବରେ ଯୋଗଦେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି
ବିଶୋଇ ମୟୂରଭଞ୍ଜ: କ୍ରୀଡ଼ା ଓ ଭାଇଚାରାର ମହାମିଳନକୁ ନେଇ ଆରମ୍ଭ ହୋଇଛି ନବମ ବର୍ଷ ଦୁଇଦିନିଆ ଦୁଲାଲ ମାର୍ଣ୍ଡି ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏହି ଉଦ୍‌ଘାଟନ ଉତ୍ସବରେ ବରିଷ୍ଠ ଆଡ୍‌ଭୋକେଟ୍ ଅକ୍ଷୟ କୁମାର ମହାନ୍ତି, ଜିଲ୍ଲା ପରିଷଦ ପ୍ରାର୍ଥୀ ବିନ୍ଦୁସ୍ମିତା ଦେଓ, ବିଶୋଇ ସରପଞ୍ଚ କରୁଣା ସାଗର ମାର୍ଣ୍ଡି ଏବଂ ପଞ୍ଚାୟତ ସମିତି ସଦସ୍ୟ କାଶୁ ମାଝୀ ପ୍ରମୁଖ ଯୋଗଦେଇଥିଲେ।
ଏହି ଟୁର୍ଣ୍ଣାମେଣ୍ଟ କେବଳ ଏକ ଫୁଟବଲ ପ୍ରତିଯୋଗିତା ନୁହେଁ, ବରଂ ଜଣେ ଲୋକପ୍ରିୟ ଫୁଟବଲ ଖେଳାଳିଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାର ଏକ ମହତ୍ ପ୍ରୟାସ।
ସ୍ୱର୍ଗତ ଦୁଲାଲ ମାର୍ଣ୍ଡି ମୟୂରଭଞ୍ଜ ଜିଲ୍ଲାରେ ଜଣେ ପରିଚିତ ଫୁଟବଲ ଖେଳାଳି ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ କେବଳ ଜଣେ ଖେଳାଳି ନଥିଲେ, ବରଂ ଜଣେ ମିଷ୍ଟଭାଷୀ, ମେଳାପୀ ଓ ସମାଜସେବୀ ବ୍ୟକ୍ତିତ୍ୱ ଭାବେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇଥିଲେ। ଧାନା ଗ୍ରାମର ପ୍ରଧାନ ବା ମୁଖିଆ ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା।ତାଙ୍କର ମିଳାପୀ ସ୍ୱଭାବ, ସମାଜ ପ୍ରତି ଅବଦାନ ଏବଂ ଫୁଟବଲ ପ୍ରତି ଭଲପାଇବା ଆଜି ମଧ୍ୟ ଅଞ୍ଚଳବାସୀଙ୍କ ମନରେ ସ୍ମରଣୀୟ ହୋଇ ରହିଛି। ତାଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଯୁବ ଖେଳାଳିମାନଙ୍କୁ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିବା ସହ ଫୁଟବଲ ପ୍ରତି ଆଗ୍ରହ ବୃଦ୍ଧି କରିବାର ସୁଯୋଗ ଦେଉଛି।
ଏଭଳି ଆୟୋଜନ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହ ସାମାଜିକ ଏକତା, ଭାଇଚାରା ଓ ପାରସ୍ପରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।